୧୫ କୋଟି ଲୋକଙ୍କୁ ମିଳିସାରିଛି e-SHRAM Card, ପ୍ରସ୍ତୁତି କରିବା ସହଜ, ଅନେକ ଲାଭ

ନୂଆଦିଲ୍ଲୀ, ଡିସେମ୍ବର ୨୯ : କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାରୁ ଅନ୍ୟତମ ହେଉଛି ଦେଶର ଗରିବଙ୍କ ପାଇଁ e-SHRAM Card। ଏହି କାର୍ଡ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନରେ ଅସଂଗଠିତ କ୍ଷେତ୍ର ସହିତ ଜଡ଼ିତ ଶ୍ରମିକ ଇ-ଶ୍ରମ କାର୍ଡ ପାଇଁ ପଂଜୀକରଣ କରିପାରିବେ। ଏହା ପରେ ସେମାନେ ସରକାରଙ୍କ ତରଫରୁ ମିଳିବାକୁ ଥିବା ଯୋଜନାରୁ ଲାଭ ଉଠାଇ ପାରିବେ। ଏହି ଯୋଜନା ମାଧ୍ୟମରେ ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।  ମଙ୍ଗଳବାର ଜାରି ହୋଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଇ-ଶ୍ରମ ପୋର୍ଟାଲ ସହିତ ଜଡ଼ିତ ଶ୍ରମିକଙ୍କ ସଂଖ୍ୟା ୧୫ କୋଟି ଅତିକମ କରିସାରିଛି। ଏପର୍ଯ୍ୟନ୍ତ ୧୫.୩୧ କୋଟି ଶ୍ରମିକଙ୍କ ପାଖରେ ଇ-ଶ୍ରମ କାର୍ଡ ଅଛି। ଏଥିରୁ ଅଧିକାଂଶ ଯୁବ ଶ୍ରେଣୀ ଅନ୍ତର୍ଗତ।  ରାଜ୍ୟମାନଙ୍କର କଥା ଯଦି କହିବା, ସର୍ବାଧିକ ପଂଜୀକରଣ ଉତ୍ତରପ୍ରଦେଶରେ ହୋଇଛି। ଯୋଗୀ ସରକାରଙ୍କ ଶାସନ‌ କାଳରେ ପାଖାପାଖି ୪.୪୭ କୋଟିରୁ ଅଧିକ ଲୋକ ପଂଜୀକରଣ କରିଛନ୍ତି। ଯୋଗୀ ସରକାରଙ୍କ ତରଫରୁ ମାସକୁ ୫୦୦ ଟଙ୍କା ଦେବା ନେଇ ଘୋଷଣା ହେବା ପରେ ପଂଜୀକରଣ ବଢ଼ିଛି। ଉତ୍ତର ପ୍ରଦେଶ ପରେ ପଶ୍ଚିମବଙ୍ଗ ନାଁ ଆସୁଛି। ଏଠାରେ ଏପର୍ଯ୍ୟନ୍ତ ୨ କୋଟି ୩୨ ଲକ୍ଷ ୯୯ ହଜାର ୨୩୮ ଜଣ ପଂଜୀକରଣ କରିସାରିଛନ୍ତି।  ଇ-ଶ୍ରମ ପୋର୍ଟାଲରେ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ୨ ଲକ୍ଷ ଟଙ୍କା ଯାଏଁ ବୀମା ଲାଭ ମିଳିଥାଏ। ଏଥି ପାଇଁ ବୀମା ପାଇଁ ପ୍ରୀମିୟମ ଦେବାକୁ ପଡ଼ିନଥଶଏ। ଦୁର୍ଘଟଣାରେ ଯଦି ଶ୍ରମିକଙ୍କ ମୃତ୍ୟୁ ହୋଇଯାଏ ୨ ଲକ୍ଷ ଟଙ୍କା ମିଳିବ। ଦୁର୍ଘଟଣାରେ ଦିବ୍ୟାଙ୍ଗ ହେଲେ ୧ ଲକ୍ଷ ଟଙ୍କା ମିଳିବ। 

Leave A Reply

Your email address will not be published.