୪୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ କୁ ନଷ୍ଟ କଲା କୋରାପୁଟ ପୋଲିସ

କୋରାପୁଟ ,ଡିସେମ୍ବର 29 : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ କାରବାର ବଢୁଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ଜିଲ୍ଲାରେ “ଅପରେସନ ଗ୍ରୀନ କ୍ଲିନ” କାର୍ଯ୍ୟ  ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ମାଛକୁଣ୍ଡ  ଥାନା ଅନ୍ତର୍ଗତ  ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତୀ ଗୋଡି ହଞ୍ଜର,  ବଡକିଚୋବ ଏବଂ  କଣ୍ଟାଗ୍ରାମ  ଜଙ୍ଗଲରେ କୋରାପୁଟ ପୋଲିସ ,  ଡିଭି.ଏଫ,  ଅବକାରୀ  ବିଭାଗ,  ବନ ବିଭାଗ ଏବଂ   ଏଗଜ୍ୟୁକେଟିଭ୍ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ୪୭  ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।  ୪୭ ଏକରରେ ଚାଷ ହୋଇଥିବା ୫୬ହଜାର ୪ସହ  ଗଞ୍ଜେଇ ଗଛ  ନଷ୍ଟ  କରିଛି ।  ପ୍ରଥମେ ଡ୍ରୋନ୍ ସାହାଯ୍ୟରେ ଗଞ୍ଜେଇ ଚାଷକୁ ଚିହ୍ନଟ କରାଯାଇଥିଲା ।  ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତବର୍ତୀ  ଏବଂ ମାଓ ପ୍ରଭାବିତ  ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ମଧ୍ୟରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

Leave A Reply

Your email address will not be published.