ଆଉ ୩ ଦିନ ବାକି, ଏପର୍ଯ୍ୟନ୍ତ ଏତିକି ଲୋକ କରିସାରିଛନ୍ତି ଆଇଟିଆର ଫାଇଲ୍‌

ନୂଆଦିଲ୍ଲୀ, ଡିସେମ୍ବର ୨୯ : ଯଦି ଆପଣ ୫ ହଜାର ଟଙ୍କା ଜରିମାନାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତା’ହେଲେ ଚଳିତ ମାସ ୩୧ ତାରିଖ ପୂର୍ବରୁ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆୟକର ରିଟର୍ଣ୍ଣ (ITR Return) ଫାଇଲ୍‌ କରିଦିଅନ୍ତୁ। ଆୟକର ବିଭାଗ ମଙ୍ଗଳବାର କହିଛି ଯେ, କେବଳ ଡିସେମ୍ବର ୨୭ ତାରିଖରେ ୪.୬୭ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇସାରିଛି, ଯେଉଁଥିରେ କି ୧୫.୪୯ ଲକ୍ଷରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି।  ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ୨୦୨୧ ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଆୟକର ବିଭାଗ ଟୁଇଟ କରି କହିଛି ଯେ, ଡିସେମ୍ବର ୨୭ ତାରିଖରେ କେବଳ  ୧୫.୪୯ ଲକ୍ଷରୁ ଅଧିକ ଆଇଟିଆର ଦାଖଲ ହୋଇଛି। ଏଥି ସହିତ ଏପର୍ଯ୍ୟନ୍ତ ମୋଟ ୪.୬୭ କୋଟରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି।

Leave A Reply

Your email address will not be published.