ମୟୁରଭଂଜରେ ଜାନୁଆରୀ ୧୫ ଛୁଟି,ଲୋକାଲ ହଲିଡେ ଘୋଷଣା କଲେ ଆରଡିସି

ମୟୁରଭଂଜ,ଡିସେମ୍ବର 29 : ମୟୁରଭଂଜର ଗଣପର୍ବ ମକର ପାଇଁ ଅଧିକ ଦିନଟିଏ ଛୁଟି ଘୋଷଣା ହୋଇଛି । ମକର ସଂକ୍ରାନ୍ତି ପରଦିନ ଜାନୁଆରୀ ୧୫ରେ ମୟୁରଭଂଜରେ ଛୁଟି । ଜାନୁଆରୀ ୧୫କୁ ଲୋକାଲ ହଲିଡେ ଘୋଷଣା କରିଛନ୍ତି ଆରଡିସି । ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

Leave A Reply

Your email address will not be published.