ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଶାମୀଙ୍କ ଚମକପ୍ରଦ ବୋଲିଂ

ସେଞ୍ଚୁରିଅନ୍‌, ଡିସେମ୍ବର ୨୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନ୍‌ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ରବିବାର ଠାରୁ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି। ତିନି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି।  ଟସ୍‌ ଜିଣି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ପାଳିରେ ୩୨୭ ରନ୍‌ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ୧୯୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୩ୟ ଦିନରେ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଭାରତ ୨ୟ ପାଳି ଆରମ୍ଭ କରିଛି। ଗୋଟିଏ ୱିକେଟ୍‌ ହରାଇ ୧୬ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଠାରୁ ୧୪୬ ରନ୍‌ରେ ଅଗ୍ରଣୀ ରହିଛି।  ତେବେ ଭାରତର ପ୍ରଦର୍ଶନ କହୁଛି, ଏହି ମୁକାବିଲାରେ କୋହଲିଙ୍କ ବିଜୟ ହାସଲ ହୋଇପାରେ। ଅତିଥି ଟିମ୍‌ ପ୍ରଥମ ପାଳିରେ କେଏଲ୍‌ ରାହୁଲଙ୍କ ୧୨୩ ରନ୍‌, ମୟଙ୍କ ଅଗ୍ରୱାଲଙ୍କ ୬୦ ରନ୍‌ ଓ ଆଜିଙ୍କ୍ୟ ରାହାଣେଙ୍କ ୪୮ ରନ୍‌ ବଳରେ ୩୨୭ ରନ୍‌ କରିଥିଲା। ଅପରପକ୍ଷେ ମହମ୍ମଦ ଶାମୀଙ୍କ ଦ୍ରୁତ ବୋଲିରେ ଦକ୍ଷିଣ ଆଫ୍ରିକାର ୫ ଜଣ ଖେଳାଳି ଆଉଟ ହୋଇଥିଲେ, ଯେଉଁଥି ପାଇଁ ଘରୋଇ ଟିମ୍‌ ପ୍ରଥମ ପାଳିରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଶାମୀ ଆରମ୍ଭରୁ ୩୨ ରନ୍‌ ମଧ୍ୟରେ ୪ଟି ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ଚାପ ବଢ଼ାଇ ଦେଇଥିଲେ। 

Leave A Reply

Your email address will not be published.