ପ୍ରାଥମିକ ସ୍କୁଲ ଖୋଲିବା ନେଇ ଆସିଲା ଗାଇଡଲାଇନ୍‌, ଚାଲୁ ରହିବ ଅନଲାଇନ୍ କ୍ଲାସ

ଭୁବନେଶ୍ୱର, ଡିସେମ୍ବର ୨୮ : ଆଜି ଗଣଶିକ୍ଷା ମନ୍ତ୍ରୀ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଘୋଷଣା କରିବା ପରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ଗଣଶିକ୍ଷା ବିଭାଗ । ତେବେ ଆସନ୍ତା ୩ ତାରିଖରୁ ସ୍କୁଲ ଖୋଲୁଥିବା ବେଳେ ସମସ୍ତ କରୋନା କଟକଣା ମଧ୍ୟରେ ପିଲାମାନଙ୍କ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲ ଖୋଲିବା ପରେ ବି ଅନଲାଇନ୍ କ୍ଲାସ ଚାଲୁ ରହିବ । ସ୍କୁଲ ଆସିବା ସମ୍ପୂର୍ଣ୍ଣ ଭାବରେ ପିଲାମାନେ ଓ ଅବିଭାବକଙ୍କ ଇଚ୍ଛାଧିନ ରହିଛି । ଏହା ସହିତ ସ୍କୁଲ ଆସିବା ପାଇଁ ଅବିଭାବକଙ୍କ ଠାରୁ ଅନୁମତି ପତ୍ର ଆଣିବା ମଧ୍ୟ ଆବଶ୍ୟକ ରହିଛି । ଅନ୍ୟପଟେ ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀ ମାନେ ସ୍କୁଲ ବୁଲି ସ୍ୱଚ୍ଛତା ପରିଦର୍ଶନ କରିବେ ଏହା ସହ ସବୁ ପ୍ରକାର କରୋନା କଟକଣା ପାଳନ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିବେ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି । କଣ୍ଟନମେଣ୍ଟ ଜୋନ୍ ବାହାର ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ରହିଛି । ସବୁ ସ୍କୁଲରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯିବା ସହିତ ଡିଜିଟାଲ ଥର୍ମୋମିଟର ମଧ୍ୟ ରଖାଯିବ ବୋଲି ଗାଇଡଲାଇନ୍‌ରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.