ନୂଆବର୍ଷରେ ବନ୍ଦ ରହିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର, ଡିସେମ୍ବର 29: ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ବର୍ଷରେ ନୂଆ ବିପଦକୁ ନେଇ ଏବେ ପୁରା ରାଜ୍ୟ ବାସୀ ଚିନ୍ତାରେ ରହିଥିବା ବେଳେ ପୂର୍ବ ବର୍ଷ ଭଳି ଏବର୍ଷ ବି ନୂଆ ବର୍ଷକୁ ଫିକା କରିବାକୁ ଯାଉଛି କରୋନା କଟକଣା । ସଂକ୍ରମଣ ଦୃଷ୍ଟିରୁ ପ୍ରଥମେ ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତି ହୋଇଥିବା ବେଳେ ଏବେ ମା’ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ନୂଆବର୍ଷରେ ବନ୍ଦ ରହିବାକୁ ଯାଉଛି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଆସନ୍ତା ଡିସେମ୍ବର ୩୦ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତଙ୍କୁ ବାରଣ କରାଯାଇଛି । ପ୍ରତିବର୍ଷ ନୂଆବର୍ଷରେ ମାଙ୍କ ମନ୍ଦିରରେ ପ୍ରବଳ ଭିଡ ଯମୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.