ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଡିସେମ୍ବର ୩୦ : ରାଜ୍ୟରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ୨୧ ତାରିଖରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଓଡିଶାରୁ ଚିହ୍ନଟ ହୋଇଥିଲେ । ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବଢିବାରେ ଲାଗିଛି ।  ସେହିପରି ଦେଶରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଲାଣି । ଦେଶରେ ସମୁଦାୟ ୯୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଦିଲ୍ଲୀରେ ସର୍ବାଧିକ ୨୬୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ମହାରାଷ୍ଟ୍ରରେ ୨୫୨ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.