ଜାନୁଆରୀ ୧ ଓ ୨ ତାରିଖରେ କାକଟପୁର ମା’ମଙ୍ଗଳାଙ୍କ ଦର୍ଶନ ରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

କାକଟପୁର ,ଡିସେମ୍ବର 30 : ଆସନ୍ତା ଜାନୁଆରୀ ୧ ଓ ୨ ତାରିଖରେ ବନ୍ଦ ରହିବ ପ୍ରସିଦ୍ଧ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ଏହି ଦୁଇ ଦିନ ମାଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ ।  ପୁଣି ୩ ତାରିଖ ରୁ ପୁର୍ବ ପରି ଏହି ଦର୍ଶନ ଆରମ୍ଭ ହେବ ବୋଲି ପୁଜା କମିଟି ତରଫରୁ ନିଷ୍ପତି ନିଆଯାଇଛି । କରୋନା ର ଦୃତ ସଂକ୍ରମଣ କୁ ଆଖି ଆଗରେ ରଖି ଏପରି ନିଷ୍ପତି ହୋଇଥିବା ସୁଚନା ମିଳିଛି । କେବଳ ମନ୍ଦିର ସେବାୟତ ଙ୍କୁ ନେଇ ମା’ ଙ୍କ ନିତୀକାନ୍ତି ସମ୍ପର୍ଣ୍ଣ ହେବ । କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ସୁଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଭିନ୍ନ ଧାର୍ମିକ ସ୍ଥଳରେ କଟକଣା ମାନ ଲଗାଯାଇଛି । 

Leave A Reply

Your email address will not be published.