କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କବାଦୀ ସଂଖ୍ୟା

କାଶ୍ମୀର, ଡିସେମ୍ବର ୩୦ : ପୁରା ଦେଶରେ ଆତଙ୍କବାଦ୍ ଦୃଷ୍ଟିକୋଣରୁ କାଶ୍ମୀର ସବୁଠାରୁ ଅଧିକ ସମ୍ବେଦନଶୀଳ ରହିଆସିଛି । ପିଓକେ କୁ ମାଧ୍ୟମ କରି ପାକିସ୍ତାନ ଆତଙ୍କବାଦ୍ କୁ ପ୍ରୋତ୍ସହିତ କରି ଆସିଛି ଆଉ ପ୍ରତି ମୂହୂର୍ତ୍ତରେ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ମଧ୍ୟ କରିଆସୁଛି । ଯାହାକୁ ନେଇ କାଶ୍ମୀରରେ ଅଧିକ ସଂଖ୍ୟାରେ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ମାନ ବୃଦ୍ଧି ପାଇଥିଲା । ମାତ୍ର ଏବେ ସ୍ଥିତି ବଦଳିଛି । କାଶ୍ମୀରରେ ଲାଲଗଡ ଏବେ ଭୁଶୁଡିବା ଆରମ୍ଭ କରିଛି । କାଶ୍ମୀରରେ ଆତଙ୍କବାଦୀଙ୍କୁ ଖୋଜିଖୋଜି ନିପାତ କରାଯାଉଛି । ଯାହାର ଫଳ ସ୍ୱରୁପ ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ୧୦୦ ତଳକୁ ଖସିଛି । ଗତ ଦୁଇ ସପ୍ତାହ ଧରି କାଶ୍ମୀରରେ କ୍ରମାଗତ ଭାବରେ ଏନକାଉଣ୍ଟର ଜାରି ରହିଛି ଯାହାକୁ ନେଇ କେବଳ ଡିସେମ୍ବର ମାସରେ ୨୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନଙ୍କ ମଧ୍ୟରୁ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ରହିଥିଲେ । ତେବେ ଗତକାଲି ମଧ୍ୟ ଲାଲବାହିନୀ ବିରୋଧରେ ଏକ ବଡ଼ ଅପରେସନ୍ କରାଯାଇ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଯାହାପରେ ଏବେ କାଶ୍ମୀରରେ ଆଉ ପାଖାପାଖି ୮୫-୮୬ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ଦେଇଛନ୍ତି ଆଇଜିପି କାଶ୍ମୀର ବିଜୟ କୁମାର ।

Leave A Reply

Your email address will not be published.