ମାସେ ଭିତରେ ଶେଷ ହେବ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,ଡିସେମ୍ବର 30 : ମାସେ ଭିତରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବା ଧାର୍ଯ୍ୟ ହୋଇଛି । ଏନେଇ ସୁଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ । ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ନେଇ ୧ ରୁ ପଞ୍ଜୀକରଣ ଆରମ୍ଭ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୪ ଲକ୍ଷ ଡ଼ୋଜ୍ ଉପଲବ୍ଧ ଅଛି ତେଣୁ ଆଗକୁ ଆବଶ୍ୟକ ପଡ଼ିଲେ ଏହାକୁ ନିୟୋଜିତ କରାଯିବ ବୋଲି ନିଷ୍ପତି ହୋଇଛି । ସେହିପରି ଆବଶ୍ୟକ ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ସବୁ ଜିଲ୍ଲା କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସଠିକ୍ ହିସାବ୍‌ରେ ଟିକା ନେଲେ ମାସେ ଭିତରେ ଏହି ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଡ଼. ପାଣିଗ୍ରାହୀ ସୁଚନା ଦେଇଛନ୍ତି । କେବଳ ପିଲା ନୁହେଁ ସକାଳ ସମୟରେ ପିଲାଙ୍କ ସହ ଅଭିଭାବକ ମଧ୍ୟ ଆସିବାକୁ କୁହାଯାଇଛି ।

Leave A Reply

Your email address will not be published.