ବର୍ଷା ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ଆଜି ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା, ଡିସେମ୍ବର ୩୦ : ଆଜି ପର୍ଯ୍ୟଟକଙ୍କ ବନ୍ଦ ରହିବ ଶିମିଳିପାଳ । ଲଗାତାର ବର୍ଷା ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ୩୦ ତାରିଖ ଅର୍ଥାତ ଆଜି ବନ୍ଦ ରହିବ ଶିମିଳିପାଳ ।  ଶିମିଳିପାଳ ଅଭୟାରଣ୍ୟ ଭିତର ଦେଇ ଯାଇଥିବା ରାସ୍ତା ମାଟିର ରହିଛି । ଏହାସହିତ ରାସ୍ତା ଅଙ୍କାବଙ୍କା ମଧ୍ୟ । ତେଣୁ ବର୍ଷା ଓ କୁହୁଡି ସମୟରେ ପର୍ଯ୍ୟଟକଙ୍କ ଗାଡି ଅଟକି ରହିଯିବାର ସମ୍ଭାବନା ଥାଏ ।  ଏହାକୁ ନଜରରେ ରଖି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ୩୦ ତାରିଖ ଅର୍ଥାତ ଗୁରୁବାର ପାଇଁ ଅଭ୍ୟାୟରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ବନ୍ଦ କରାଯାଇଛି । ଏନେଇ ଶିମିଳିପାଳ ବନ୍ୟାପ୍ରାଣୀ ଦକ୍ଷିଣ ଅଞ୍ଚଳ ବନଖଣ୍ଡର ଉପ ନିର୍ଦ୍ଦେଶକ ଡା. ସମ୍ରାଟ ଗୋଡା ଡିଏସ ସୂଚନା ଦେଇଛନ୍ତି ।  ସେପଟେ ସାରା ରାଜ୍ୟରେ ଘନ କୁହୁଡି ଲାଗି ରହିଛି । ଫଳରେ ରାସ୍ତା ସଠିକ ଭାବେ ଦୃଶ୍ୟମାନ ହେଉନାହିଁ । ସେହିପରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

Leave A Reply

Your email address will not be published.