ବୃଦ୍ଧ,ଦିବ୍ୟାଙ୍ଗ ଓ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ନିକଟକୁ ଯାଇ ଭୋଟ୍ ଗ୍ରହଣ କରିବାର ହେବ ସୁବିଧା

ଉତ୍ତରପ୍ରଦେଶ,ଡିସେମ୍ବର 30 : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ହୋଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ବସିଥିବା ପ୍ରେସ୍ କନଫରେନ୍ସ ଜରିଆରେ ଏହା କୁହାଯାଇଛି ଯେ “ ଉତ୍ତରପ୍ରଦେଶରେ ସବୁ ଦଳ ଠିକ୍ ସମୟରେ ନିର୍ବାଚନ କରିବାକୁ ପରାମର୍ଶ ଦେଇଛନ୍ତି । କାରଣ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଆଉ ନଘୁଞ୍ଚାଇ ଠିକ୍ ସମୟରେ ଏହି ତାରିଖ ଘୋଷଣା କରିବା କୁ କହିଛନ୍ତି । ତେବେ ଏହା ମଧ୍ୟ କୁହାଯାଇଛି ଆସନ୍ତା ଜାନୁଆରୀ ୫ ପରେ ଏହାର ତାରିଖ ଘୋଷଣା ହେବ,ବୃଦ୍ଧ ଲୋକ, ଦିବ୍ୟାଙ୍ଗ ଓ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ନିକଟକୁ ଯାଇ ଭୋଟ୍ ଗ୍ରହଣ କରିବାର ସୁବିଧା ମଧ୍ୟ ଦିଆଯିବ ,ପୋଲିଙ୍ଗ ବୁଥ୍ ଓ ବିଶ୍ରାମ ସମୟ ମଧ୍ୟ ବଢାଇ ଦିଆଯିବ ,ଅନ୍ୟ ଆଇକାର୍ଡ଼ ଥିଲେ ମଧ୍ୟ ଜଣେ ବ୍ୟକ୍ତି ଭୋଟ୍ ଦେଇପାରିବେ ,ସକାଳ ୮ ଟାରୁ ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କାର୍ଯ୍ୟ ଚାଲିବ ,ସବୁ ବୁଥ୍ ରେ ଇଭିଏମ୍ ଲଗାଯିବ ,୪୦୦ ମଡ଼େଲ ପୋଲିଙ୍ଗ ବୁଥ୍ ତିଆରି ହେବ , କରୋନା ଭୂତାଣୁ ପାଇଁ ଏହି ସଂଖ୍ୟା ୧୧ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଫଳରେ ୧ ଲକ୍ଷ ୭୪ ହଜାର ୩୯୧ ବୁଥ୍ ହେବ । ପ୍ରତି ବୁଥ୍ ରେ ୧୨୦୦ ଭୋଟ୍ ଦିଆଯିବ ।ସୁଚନା ଅନୁସାରେ ଉତ୍ତରପ୍ରଦେଶ,ପଞ୍ଚାବ,ଗୋଆ,ଉତ୍ତରାଖଣ୍ଡ ଓ ମଣିପୁର ଏହି ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.