ବାଇକ୍ ଡିକି ଭାଙ୍ଗି ଲୁଟ୍‌

ଜଳେଶ୍ୱର, ଡିସେମ୍ବର ୩୦ : ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ହୋଇଥିବା ଅଭିଯୋଗ ହୋଇଛି । ଅଜା ଓ ନାତି ନୂଆ ବାଇକ କିଣିବାକୁ ଆସିଥିଲେ । ବାଇକକୁ ସୋ ରୁମ୍ ଆଗରେ ରଖି ବାଇକ ଦେଖୁଥିଲେ । ଏହି ସମୟରେ ଲୁଟେରା ମାନେ ଲୁଟ କରିଛନ୍ତି ।  ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିବିଲ ଗାଁର ପ୍ରାଣକୃଷ୍ଣ ପରିଡା ଓ ଜଗବନ୍ଧୁ ଜେନା । ଉଭୟ ସମ୍ପର୍କରେ ଅଜା ନାତି ହେବେ । ଅପରାହ୍ନରେ ସମୟରେ ପାରୁଳିଆ ଛକରେ ଥିବା ହୋଣ୍ଡା ସୋ ରୁମକୁ ନୂଆ ବାଇକ କିଣିବାକୁ ଆସିଥିଲେ ।  ସୋ ରୁମରେ ଗାଡି ଦେଖିଥିବା ବେଳେ କିଛି ଲୁଟେରା ଆସି ଡିକି ଭାଙ୍ଗି ଥିଲେ । ଏହାସହିତ ଡିକିରେ ଥିବା ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଜଗବନ୍ଧୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.