ଆସନ୍ତା କାଲି ଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,ଡିସେମ୍ବର 31 : ଆସନ୍ତା କାଲି ଠାରୁ ଆରମ୍ଭ ହେବ ନୁଆବର୍ଷ । ଏନେଇ କରୋନା ଗାଇଡ଼ଲାଇନ୍ ମଧ୍ୟ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା କାଲି ଠାରୁ ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରୀ ହେବ ।  ତେବେ ଏହି କଫ୍ରୁ୍ୟ ରୁ କିଛି ଜରୁରୀ ସେବାକୁ ବାଦ ଦିଆଯାଇଛି । ସେହିଗୁଡ଼ିକ ହେଲା ପୋଲିସ୍‌,ପୌର ପ୍ରଶାସନ,ଡ଼ାକ୍ତର,ହସ୍ପିଟାଲ କର୍ମଚାରୀ,ବିଦ୍ୟୁତ,ଅଗ୍ନିଶମ,ଟେଲିକମ୍ ,ଜଳ ଯୋଗାଣ ,ରେଳ କର୍ମଚାରୀ କଟକଣା ମୁକ୍ତ କରାଯାଇଛି । ସେହିପରି ଜିଲ୍ଲା/କମିଶନରେଟ ପୋଲିସ୍ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । କୋଭିଡ଼୍ ଟେଷ୍ଟି ଓ ଟିକାକରଣ କେନ୍ଦ୍ର, ମେଡ଼ିସିନ୍‌ ଦୋକାନ କର୍ମଚାରୀ ବି ମୁକ୍ତ ,ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ,ରାଜପଥ ପାଶ୍ୱର୍ ହୋଟେଲ କଟକଣା ମୁକ୍ତ ହେବ ପେଟ୍ରୋଲ ପମ୍ପ,ରନ୍ଧନ ଗ୍ୟାସ ଯୋଗାଣ,ହୋମ୍ ଡ଼େଲିଭରି ଆଦିକୁ ମୁକ୍ତ କରାଯାଇଛି ।

Leave A Reply

Your email address will not be published.