ଗ୍ୟାସ୍ କଟର୍ ମେସିନ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟି ଟଙ୍କା ଲୁଟ୍ କଲେ ଦୃର୍ବୁତ୍ତ

ଖୋର୍ଦ୍ଧା,ଡିସେମ୍ବର 31 : ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ କଲେ ଦୃର୍ବୁତ୍ତ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚଣ୍ଡେଶ୍ବର ଛକ ନିକଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ରେ । ଏନେଇ ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡକାୟତମାନେ ଗ୍ୟାସ୍ କଟର୍ ମେସିନ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟି ସମସ୍ତ ଟଙ୍କା ଲୁଟ୍ ନେଇଥିବା ଜଣାପଡିଛି । ତେବେ ଏପରି ପରିସ୍ଥିତିରେ ପୋଲିସ କିଭଳି କିଛି ଜାଣିପାରିଲା ନାହିଁ ? ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଦୃର୍ବୁତ୍ତମାନେ ସିସିଟିଭି କୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ପ୍ରକୃତ ଦୋଷୀ ପାଖରେ ପୋଲିସ୍ କୁ ପହଂଚିବା କିଛି ଟା କଷ୍ଟ ହେଲେ ମଧ୍ୟ ଏନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଯାଇଛି । କିନ୍ତୁ ଲିଖିତ ଭାବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.