ରାଜ୍ୟରେ ଆଉ ଏକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ୍‌, : ରାଜ୍ୟରେ ଘନେଇବା ଆରମ୍ଭ ହୋଇଛି ଓମିକ୍ରନ୍ ଭୟ । ଗତକାଲି ଏକାସାଥୀରେ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ତେବେ ଆଜି ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ସାଉଦୀ ଆରବରୁ ଫେରିଥିବା ସୂଚନା ରହିଛି । ସାଉଦୀ ଆରବରୁ ଭଦ୍ରକର ଦ୍ରକର ପୁରୁଣାବଜାର ସ୍ଥିତ ନିଜ ଘରକୁ ଫେରିଥିବା ଏଇ ଯୁବକଙ୍କର ପ୍ରଥମେ କୋଭିଡ୍ ଟେଷ୍ଟ ଭଦ୍ରକ ମେଡିକାଲରେ କରାଯାଇଥିଲା । ତାଙ୍କର କୋଭିଡ ପଜିଟିଭ୍ ବାହାରିବା ପରେ ତାଙ୍କୁ ଗତ ୨୦ ତାରିଖଠାରୁ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେ କାଳେ ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ( ଆଇଏଲଏ) ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଭ୍ ସାଇନସ୍ କୁ ପଠାଯାଇଥିଲା । ଏବଂ ଆଜି ଜିନୋମ୍ ସ୍ୱିକେନ୍ସ ରିପୋର୍ଟ ଆସିବାେ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଓମିକ୍ରନ୍ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.