ଗୋଷ୍ଠୀ ସଂକ୍ରମଣ ମୁହାଁ ଓମିକ୍ରନ୍‌

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ୍ ଏବେ ସଂକ୍ରାମକ ରୂପ ନେବା ଆରମ୍ଭ କରିଛି ମାତ୍ର ୧୦ ଦିନ ମଧ୍ୟରେ ଓଡ଼ିଶାରେ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରା ରାଜ୍ୟ ପାଇଁ ଓମିକ୍ରନ୍ ଭୟ ବଢିଛି । ତେବେ ସୁବଠାରୁ ଚିନ୍ତାଜନକ କଥା ହେଉଛି ଯେ ଏବେ ହୁଏତ ରାଜ୍ୟରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି । ଓମିକ୍ରନ୍ ର କ୍ଷୀପ୍ରତାକୁ ଦେଖି ଲାଗୁଛି ଏବେ କରୋନା ମହାମାରୀର ଏହି ଘାତକ ଭ୍ୟାରିଆଣ୍ଟ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏଭଳି କିଛି ସୂଚନା ଦେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଏବେ ଓମିକ୍ରନ୍ ଭୟ ଅଧିକ ରହିଥିବାରୁ ରାଜ୍ୟରେ ଲୋକ ସମସ୍ତ ପ୍ରକାର କରୋନା କଟକଣାକୁ ମାନିବା ପାଇଁ ଅପିଲ କରି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ଏବେ ଆମକୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡିବ ନଚେତ୍ ଆମେ ସମସ୍ତେ ନିଜ ଜୀବନକୁ ବିପଦରେ ପକାଇବା ।

Leave A Reply

Your email address will not be published.