ଛତିଶଗଡରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ

ସୁକମା : ଛତିଶଗଡ଼ ସୁକମା ଅଞ୍ଚଳରେ ଦୀର୍ଘ ସମୟରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ବେଳେ ଆଜି କିସ୍ତାରାମରେ ଏକ ବଡ଼ ଧରଣର ଆଇଇଡି ବିସ୍ଫୋରଣ ଘଟି ଜଣେ ଯବାନ୍ ଗୁରୁତର ଭାବରେ ଆହାତ ହୋଇଛନ୍ତି । ମାଓବାଦୀ ଶିବିରରେ ଚଢାଉ ବେଳେ ଆରମ୍ଭ ହୋଇଥିଲା ଗୁଳିବିନିମୟ।  ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଯବାନ୍ ଆହାତ ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ଅବସ୍ଥାରେ ଯବାନ୍‌ଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.