ଆମେରିକାରେ ୧.୮୫ ଲକ୍ଷ, ବ୍ରିଟେନ୍‌ରେ ଲକ୍ଷାଧିକ ସଂକ୍ରମିତ

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୦୩ : ଆମେରିକା ଓ ବ୍ରଟେନ୍‌ବାସୀଙ୍କୁ କରୋନା ସଂକ୍ରମଣର ଅଧିକ ଭୟ ହୋଇଛି। ଏହି ୨ ରାଷ୍ଟ୍ରରେ ଅନେକ ଦିନ ହେଲା ସଂକ୍ରମଣ କାୟା ବସ୍ତାର କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ଲକ୍ଷ ୮୫ ହଜାର ୧୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮ ହଜାର ୮୫ ଜଣ ସୁସ୍ଥ ହୋଇଥିଲା ବେଳେ  ୧୬୨ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏଯାଏଁ ୫ କୋଟି ୬୧ ଲକ୍ଷ ୪୨ ହଜାର ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୧୫ ଲକ୍ଷ ୪୩ ହଜାର ୬୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୪୭ ହଜାର ୪୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୩୭ ଲକ୍ଷ ୫୧ ହଜାର ୭୦୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୮ ହଜାର ୬୧୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୭ ହଜାର ୫୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୫ ହଜାର ୧୧ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୭୩ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୮ ହଜାର ୪୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  

Leave A Reply

Your email address will not be published.