ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଂଜାବ ଗସ୍ତ

ନୂଆଦିଲ୍ଲୀ, ଜାନୁଆରୀ ୦୪ : ପଂଜାବରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା ଦେଖାଯାଇଛି। ରାଜନୈତିକ ନେତାମାନେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ ତାରିଖରେ ପଂଜାବ ଗସ୍ତ କରିବେ। ଏହି ଗସ୍ତକାଳରେ ମୋଦୀ ଏକ ରାଲିରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ।  ସୂଚନା‌ଯୋଗ୍ୟ, କୃଷି ଆଇନ ବାତିଲ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। କିଛି କୃଷି ସଂଗଠନ ମୋଦୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଘୋଷଣା କରିଛନ୍ତି। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପାଖାପାଖି ୧୦ ହଜାର ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି।  ପ୍ରଧାନମନ୍ତ୍ରୀ ଫିରୋଜପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେବେ। ୪୨ ହଜାର ୭୫୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥି ସହିତ ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ-ୱେ ପାଇଁ ଶିଳାନ୍ୟାସ କରିବେ। ଏହା ଦ୍ବାରା ଦିଲ୍ଲୀରୁ ଅମୃତସର ଓ ଦିଲ୍ଲୀ-କଟାରା ଯିବା ପାଇଁ ଲୋକଙ୍କର ସମୟ ବଞ୍ଚିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଫିରୋଜପୁରରେ ପିଜିଆଇ ସେଟଲାଇଟ ସେଣ୍ଟର, କପୁରଥଲା ଓ ହେଶିୟାରପୁରରେ ମେଡିକାଲ କଲେଜରେ ଶିଳାନ୍ୟାସ ରଖିବେ। 

Leave A Reply

Your email address will not be published.