ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି: ରାକେଶ ଟିକାୟତ

ଭିୱାନୀ, ଜାନୁଆରୀ ୦୩ : ଭାରତୀୟ କିଷାନ ୟୁନିୟନ୍‌ (ଭାକିୟୁ)ର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ ରବିବାର କହିଛନ୍ତି ଯେ, ଚାଷୀ ଆନ୍ଦୋଳନ ଏବେ ଶେଷ ହୋଇନାହିଁ। ଜାନୁଆରୀ ୧୫ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ହେବ, ଯେଉଁଥିରେ କି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଟିକାୟତ ଅଭିଯୋଗ କରି କହିଛନ୍ତି ଯେ, ସରକାରଙ୍କ ଧ୍ୟାନ ଚାଷୀଙ୍କ ଜମୀ ଉପରେ ରହିଛି ଏବଂ ଏଠାରେ ସଚେତ ରହିବା ଦରକାର। ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ସେହି ଭୂମିହୀନ ଚାଷୀଙ୍କ ଉପରେ ରହିବା ଦରକାର, ଯେଉଁମାନେ ଗୋପାଳନ, କ୍ଷୀର ବିକ୍ରୀ କରି ପରିବାର ଚଳାଇଥାନ୍ତି। ସେ କହିଛନ୍ତି ଯେ, ପ୍ରତିବର୍ଷ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବାହାରିବ।  ଟିକାୟତ ଚରଖୀ ଦାଦରୀରେ କହିଛନ୍ତି ଯେ, ଖାପ ସମାଜର ଦର୍ପଣ ଏବଂ ଏମାନଙ୍କର ଗୌରବଶାଳୀ ଇତିହାସ ରହିଛି। ସେ କହିଛନ୍ତି ଯେ, ଚାଷୀ ଆନ୍ଦୋଳନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଯେତେବେଳେ କହିଛି ଆମେ ସହଯୋଗ କରିଛେ। ଟିକାୟତ ନିର୍ଦଳୀୟ ବିଧାୟକ ଏବଂ ଫୌଗାଟ ଖାଫ ୪୦ର ପ୍ରଧାନ ସୋମବୀର ସାଙ୍ଗୱାନ ଦ୍ବାରା ଆୟୋଜିତ ସର୍ବ ଖାଫ୍‌ ମହାପଂଚାୟତକୁ ସମ୍ବୋଧିକ କରିଥିଲେ।

Leave A Reply

Your email address will not be published.