LACରେ ଚୀନ ଜୁଟାଇଲା ୬୦ ହଜାର ସୈନିକ

ନୂଆଦିଲ୍ଲୀ, ଜାନୁଆରୀ ୦୪ : ପ୍ରବଳ ଥଣ୍ଡାରେ ପୂର୍ବ ଭାରତ କମ୍ପି ଉଠୁଛି। ବାସ୍ତବିକ ସୀମା ରେଖା (ଏଲ୍‌ଏସି) ଆରପଟରେ ୬୦ ହଜାର ସୈନିକ ଏକତ୍ର ହୋଇଛନ୍ତି। ଏହି କାମ କରିଛି ଚୀନ। ଅନ୍ୟପଟରେ ଭାରତ ଏତେ ପରିମାଣରେ ଲଦ୍ଦାଖରେ ସେନା ମୁତୟନ କରିଛି, ଯେଉଁମାନେ କି ଚୀନକୁ ସହଜରେ ମୁକାବିଲା କରିପାରିବେ। ବିଶ୍ବସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଚୀନ ସେନା ଲଦ୍ଦାଖ ସାମ୍ନାରେ ତାଲିମ ପାଇଁ ସେନାକୁ ଡାକିଛି। କିନ୍ତୁ ଏବେ ବି ସୀମାରେ ୬୦ ହଜାର ସୈନିକ ମୁତୟନ ଅଛନ୍ତି।  ସୂତ୍ର ଅନୁସାରେ ଭାରତୀୟ ସେନା ନିଜର ପାଦ ଆଗକୁ ବଢ଼ାଇଛି। ଲଦ୍ଦାଖ ଥିଏଟରରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଫର୍ମ ଫୋର୍ସ ଗଠନ କରାଯାଇଛି, ଯାହାଦ୍ବାରା ୧୪ କୋର ମଜବୁତ ହୋଇପାରିବ। ସୂତ୍ର ଅନୁସାରେ ଭାରତୀୟ ସେନା ସେଠାରେ କୌଣସି ପ୍ରକାରର ବିପଦ ପରିସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।  ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ବାର୍ଷିକ ସମୀକ୍ଷାରେ ନିକଟରେ କହିଥିଲା ଯେ, ଚୀନ ସେନା ଏଲଏସି ଉପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଷ୍ଟେଟସ ପରିବର୍ତ୍ତନ କରିବା ଲାଗି ଏକତରଫ ଏବଂ ଉତ୍ତେଜକ କାର୍ଯ୍ୟାନୁଷ୍ଠାନ ନେଉଛି। ଏହାର ସମାଧାନ ପାଇଁ ଉଭୟ ଦେଶର ସେନା ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି। ଲଗାତାର ପ୍ରୟାସ ପରେ ଅନେକ ସ୍ଥାନରେ ହିଂସାତ୍ମକ ଗତିବିଧି ଦେଖିବାକୁ ମିଳିଛି। କିନ୍ତୁ ବଡ଼ଧରଣର ସେମିତି କିଛି କ୍ଷତି ହୋଇନାହିଁ। ଲଦ୍ଦାଖରେ ଭାରତୀୟ ସେନାର ସୈନିକଙ୍କ ସଂଖ୍ୟା ବୃଦ୍ଧି ପାଇଛି।  

Leave A Reply

Your email address will not be published.