ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତର-ପୂର୍ବାଞ୍ଚଳ ଗସ୍ତ ଆଜି

ନୂଆଦିଲ୍ଲୀ, ଜାନୁଆରୀ ୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଓ ତ୍ରିପୁରା ଗସ୍ତ କରିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ରାଜଧାନୀ ଇମ୍ଫାଲରେ ୨୨ଟି ଉନ୍ନୟନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ମୋଦୀ ତ୍ରିପୁରାର ରାଜଧାନୀ ଅଗରତଲାର ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ନୂଆ ଉନ୍ନତୀକରଣ ଟର୍ମିନାଲ କୋଠାର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି

Leave A Reply

Your email address will not be published.