ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଆଜି ଆସିବ ରାୟ

ବ୍ରହ୍ମପୁର, ଜାନୁଆରୀ ୦୪ : ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା । ଦୀର୍ଗ ୪୩ ଦିନର ଧାରଣା ପରେ ଆଜି ହେବ କି ଅନ୍ତ । ଏହାକୁ ନେଇ ସମସ୍ତଙ୍କର ରହିଛି ନଜର । ଆଜି ଜିଲ୍ଲା କୋର୍ଟରେ ରାୟ ଶୁଣାଇବେ ।  ସୂଚନା ଅନୁସାରେ, ତପସ୍ୱିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ୱ ବହନ କରିବା ପାଇଁ ଏସଡିଜେଏମ କୋର୍ଟ ଆଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ସୁମିତଙ୍କ ଓକିଲ ଅପିଲ କରିଥିଲେ । ସେପଟେ ତପସ୍ୱିନୀଙ୍କୁ ଚଳିବା ଏବେ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସଡିଜେଏମ କୋର୍ଟରେ କରାଯାଇଥିବା ଖାରଜ ଆଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ତପସ୍ୱିନୀଙ୍କ ଓକିଲ ଅପିଲ କରିଥିଲେ । ଉଭୟ ଘଟଣାରେ ଦୁଇ ପକ୍ଷର ଓକିଲ ଗତ ୨୭ ତାରିଖରେ ଜିଲ୍ଲା କୋର୍ଟରେ ପକ୍ଷ ରଖିଥିବା ବେଳେ ଆଜି ଜିଲ୍ଲା କୋର୍ଟ ରାୟ ଶୁଣାଇବେ । ଜିଲ୍ଲା କୋର୍ଟ ଆଜି ରାୟ ଶୁଣାଇବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । 

Leave A Reply

Your email address will not be published.