ଆହୁରି ତିନି ଦିନ ଥରାଇବ

ଭୁବନେଶ୍ୱର, ଜାନୁଆରୀ ୦୪ : ରାଜ୍ୟରେ ୨ରୁ ୩ ଦିନ ହେଲା ଶୀତର ଲହରୀ ଜାରି ରହିଛି । ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତଳକୁ ଖସିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ରାତି ତାପମାତ୍ରା ୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୭ ଡିଗ୍ରୀ ଖସିଛି ।  ସେହିପରି ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଖସିଛି । ମଙ୍ଗଳବାର ଏହି ଶୀତର ଲହରୀ ଜାରି ରହିବ । ୫ କିମ୍ବା ୬ ତାରିଖରୁ ରାଜ୍ୟରେ ଶୀତ କମିବ । ତେବେ ଭୁବନେଶ୍ୱରରେ ସ୍ୱାଭାବିକ ଠାରୁ ୧୬ ଡିଗ୍ରୀ ପାରଦ କମ୍ ରହିବ । ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା, ଗଜପତି ଓ ଗଞ୍ଜାମରେ କୁହୁଡି ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ସେପଟେ ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଶୀତ ହ୍ରାସ ହେବ । ଉତ୍ତର ଉପକୂଳରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ହେବ । ଦକ୍ଷିଣ ଉପକୂଳରେ ୨ରୁ ୩ ିଗ୍ରୀ ବଢିବ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ହେବା ନେଇ ସେ କହିଛନ୍ତି । 

Leave A Reply

Your email address will not be published.