ଆପଲ ରଚିଲା ଇତିହାସ

ନୂଆଦିଲ୍ଲୀ, ଜାନୁଆରୀ ୦୪ : ଜଣାଶୁଣା ଟେକ୍‌ କଂପାନୀ ଆପଲ ଇତିହାସ ରଚିଛି। ସୋମାବାର କଂପାନୀର ୩ ଟ୍ରିଲିୟନ ଡଲାର ମାର୍କେଟ ଭ୍ୟାଲୁ ହୋଇଛି। ୱାଲମାର୍ଟ, ନେଟଫ୍ଲିକ୍ସ, ନାଇକ୍‌, ଆକ୍ସନ ମୋବିଲ, କୋକା-କୋଲା, କମକଷ୍ଟ, ମାର୍ଗନ, ଷ୍ଟେନଲୀ, ମ୍ୟାକ୍‌ଡୋନାଲ, ଏଟିଆଣ୍ଟଟି, ଗୋଲ୍ଡମ୍ୟାନ୍‌ ସେକ୍ସ, ବୋଇଙ୍ଗ୍‌, ଆଇବିଏମ୍‌ ଓ‌ ଫୋର୍ଟ ତୁଳନାରେ ଆପଲ୍‌ର ମାର୍କେଟ ଭ୍ୟାଲୁ ଅଧିକ।  ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ୧୯୭୬ ମସିହାରେ ଆରମ୍ଭ ହୋଇଥିବା ଆପଲ ୨୦୧୮ ଅଗଷ୍ଟରେ ଏକ ଟ୍ରିଲିୟନ ଡଲାର ଭ୍ୟାଲୁ ଛୁଇଁଥିଲା। ଏହି ସଫଳତା ହାସଲ କରିବା ପାଇଁ କଂପାନୀକୁ ୪୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପରେ କଂପାନୀ ପରବର୍ତ୍ତୀ ୨ ବର୍ଷରେ ନିଜର ଭ୍ୟାଲୁ ୨ ଟ୍ରିଲିୟନ ଡଲାର ବଢ଼ାଇ ପାରିଛି। ଅନ୍ୟପଟରେ ୩ ଟ୍ରିଲିୟନରେ ପହଞ୍ଚିବା ପାଇଁ କେବଳ ୧୬ ମାସ ୧୫ ଦିନ ସମୟ ଲାଗିଛି। 

Leave A Reply

Your email address will not be published.