ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ

ଝାରସୁଗୁଡ଼ା ,ଜାନୁଆରୀ 6 : ସ୍ପାଇସ ଓ ଏଲାଏଞ୍ଜ ଏୟାର ସେବା ପରେ ଏବେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ। ଏନେଇ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି । ଏହି ସେବା ଆରମ୍ଭ ହେଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ସେବା କେବେ ଠାରୁ ଆରମ୍ଭ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ତଥାପି ଖୁବ୍ ଶୀଘ୍ର ଏହା ଆରମ୍ଭ ହୋଇବ ବୋଲି ବିମାନବନ୍ଦର ନିର୍ଦେଶକ ପବନ କୁମାର ଯୁତ୍‌ସୀ ଜଣାଇଛନ୍ତି ।ଇଣ୍ଡିଗୋ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ଉଡାଣ ପାଇଁ ସ୍ଲଟ୍ ପୂରଣ କରି ଦେଇଥିବା ଜଣାଯାଇଛି। ଫଳରେ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଏହି ସେବା ଜନସାଧାରଣ ପାଇ ପାରିବେ ।

Leave A Reply

Your email address will not be published.