ପ୍ରଦର୍ଶନକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଯିବା ରାସ୍ତାର ତଥ୍ୟ ଦେଇଥିଲା ପଞ୍ଜାବ ପୋଲିସ୍‌,ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ପଞ୍ଜାବ ,ଜାନୁଆରୀ 6 : ଗତକାଲି ପ୍ରଧାନମନ୍ତ୍ରୀ ପଞ୍ଜାବ ଅଭିମୂଖେ ଆସିଥିବା ବେଳେ ତାଙ୍କୁ ଅନେକ ସମସ୍ୟାର ସମାଧାନ କରିବାକୁ ପଡ଼ିଥିଲା । ପଞ୍ଜାବର ହୁସେନାୱାଲା ଯିବା ରାସ୍ତାରେ କିଛି ପ୍ରଦର୍ଶନକାରୀ ରାସ୍ତା ରୋକ୍ କରିଥିଲେ ଫଳରେ ମୋଦିଙ୍କୁ କାର୍ଯ୍ୟସ୍ଥଳରେ ପହଂଚିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା ।  ତେବେ ଏହି ଘଟଣା କୁ ନେଇ ଗୃହ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିଛି । ବିଜେପି ଓ କଂଗ୍ରେସ ନେତା ମଧ୍ୟ ଆମ୍ନାସାମ୍ନା ହୋଇଛନ୍ତି ।  ବିଜେପି ନେତା ତରୁଣ ଚୁଘ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ରେ ଯାଇଥାନ୍ତେ ତାର ତଥ୍ୟ ପୋଲିସ୍ ପ୍ରଦର୍ଶନକାରୀଙ୍କୁ ଦେଇଛନ୍ତି ଯାହାଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଛି ।  ଠିକ୍ ଏହି ସମୟରେ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଏତେ ମାତ୍ରାରେ ସୁରକ୍ଷା ଫଳରେ ମୋଦିଙ୍କର ଡ଼ରିବାର ନଥିଲା ।  ବିଜେପି ନେତା ତରୁଣ ଚୁଧ ଟୁଇଟ୍ କରି କହିଛନ୍ତି ଯେ ଯେଉଁ କଥା ଭାଜପା କହୁଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ।  ବିକେୟୁ ୟୁନିୟନ ନେତା ସୁରଜିତ ସିଂ କୁଲ ମାନିଛନ୍ତି ଯେ ରାସ୍ତା ବିକେୟୁ କାର୍ଯ୍ୟକର୍ତ୍ତା ମାନେ ଅଟକାଇ ଥିଲେ ,ଆଉ ଏହି ସୁଚନା ତାଙ୍କୁ ପଞ୍ଜାବ ପୋଲିସ୍ ହିଁ ଦେଇଥିଲେ । ତେବେ ଏହି ଘଟଣାର ରିପୋର୍ଟ ମାଗିଛନ୍ତି ଗୃହ ମନ୍ତ୍ରାଳୟ ।

Leave A Reply

Your email address will not be published.