ବିମାନବନ୍ଦରରେ ବିଶ୍ବର ୧ ନମ୍ବର ଟେନିସ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କୁ ଅସମ୍ମାନ

ମେଲବର୍ଣ୍ଣ, ଜାନୁଆରୀ ୦୬ : ବିଶ୍ବର ୧ ନମ୍ବର ଟେନିସ ଖେଳାଳି ସର୍ବିଆର ନୋଭାକ ଜୋକୋଭିକ୍‌ଙ୍କ ଭିଜା ରଦ୍ଦ କରିଦେଇଛି ଅଷ୍ଟ୍ରେଲିଆ। ନୋଭାକ ଜୋକୋଭିକ ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବାକୁ ମେଲବର୍ଣ୍ଣ ପହଞ୍ଚିଥିଲେ। ଏହା ପୂର୍ବରୁ ଜୋକୋଭିକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନବନ୍ଦରରେ ଅଟକାଇ ଦିଆଯାଇଥିଲା। ଏହା ପରେ ପ୍ରବେଶ ସଂପର୍କିତ ପ୍ରମାଣପତ୍ର ଦେଖାଇ ନପାରିବାରୁ ଜୋକୋଭିକ୍‌ଙ୍କ ଭିଜା ରଦ୍ଦ କରି ଦିଆଯାଇଛି। ଅଷ୍ଟ୍ରେଲିଆ ତରଫରୁ ଦିନକ ପୂର୍ବରୁ ନୋଭାକ ଜେକୋଭିକଙ୍କୁ ଟୀକାକରଣ ନିୟମରେ ଛାଡ଼ ଦେବାକୁ ଯାଇ ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବାକୁ ମଂଜୁରୀ ଦିଆଯାଇଥିଲା। ଏହି ମାମଲାରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଷ୍ଟକ ମରିସନ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ କୌଣସି ବ୍ୟକ୍ତି ଏହାର ଉପରେ ନାହାନ୍ତି। ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡର ବୁସିକ ଇଷ୍ଟାଗ୍ରାମରେ କହିଛନ୍ତି ଯେ, ସେ ଜୋକେଭିକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ କହିଛନ୍ତି, ପୂରା ସର୍ବିଆ ଜୋକୋଭିକଙ୍କ ସହିତ ଅଛି। ରାଷ୍ଟ୍ରପତି କହିଛନ୍ତି ବିଶ୍ବର ୧ ନମ୍ବର ଟେନିସ ଖେଳାଳିଙ୍କ ସହିତ ଦୁର୍ବ୍ୟବହାର ହୋଇଛି।

Leave A Reply

Your email address will not be published.