ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା

ଭୁବନେଶ୍ୱର ,ଜାନୁଆରୀ 6 : ଆଜି ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି।ଗ ତବର୍ଷ ନଭେମ୍ବର ୧ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ସଂଶୋଧନ ପରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର୍ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି ।  ପ୍ରସ୍ତୁତ ହୋଇଥିବା ନୂଆ ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ୧୮-୧୯ ବର୍ଷ ବୟସ ବର୍ଗର ତାଲିକା ୫ ଲକ୍ଷ ୨୩ ହଜାର ୭୪୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ହୋଇଛି । ସେହିପରି ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩ ହଜାର ୨୫ । ।

Leave A Reply

Your email address will not be published.