ଗୋଟିଏ ସ୍କୁଲରୁ ଏକାଧିକ ଛାତ୍ରଛାତ୍ରୀ ହେଲେ କରୋନା ପଜିଟିଭ୍‌

ସୁନ୍ଦରଗଡ଼ ,ଜାନୁଆରୀ 6 : ପୁଣି କରୋନା ପଜିଟିଭ୍ ଚିହ୍ନଟ ହେଲେ ଏକାଧିକ ଛାତ୍ରଛାତ୍ରୀ । ସୁନ୍ଦରଗଡ଼ ର ଏକ ସରକାରୀ ସ୍କୁଲ ରୁ ୫୩ ଜଣ ଛାତ୍ରଛାତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସାମ୍ନାକୁ ଆସିଛି । ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଏକ ପ୍ରକାର ଚିନ୍ତାର ବିଷୟ । ସୁଚନା ଅନୁସାରେ ଉକ୍ତ ସ୍କୁଲ ରୁ ପୁର୍ବରୁ ମଧ୍ୟ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସବୂୁ ପିଲା ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି । ଏହି ସଂଖ୍ୟା ଆହୁରୀ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ପୁର୍ବରୁ ୧୭୮ ଜଣ ପିଲାଙ୍କ ସାମ୍ପଲ ପରୀକ୍ଷା କରାଯାଇଥିବା ବେଳେ ଗତକାଲି ମଧ୍ୟ ୨୦୦ ଜଣ ଙ୍କ ଆରଟିପିସିଆର ପରୀକ୍ଷା ପାଇଁ ପଠାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ସମସ୍ତ କରୋନା ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି ।

Leave A Reply

Your email address will not be published.