ଫିଲାଡେଫ୍ଲିଆର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୭ ଶିଶୁ ସମେତ ୧୩ ମୃତ

ଫିଲାଡେଫ୍ଲିଆ, ଜାନୁଆରୀ ୦୬ : ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଭୋର ସକାଳୁ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୭ ଜଣ ଶିଶୁଙ୍କ ସମେତ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, କୋଠାରେ ନିଆଁ ଲାଗିବା ନେଇ ଚେତାବନୀ ଦେବା ପାଇଁ ୪ଟି ମେସିନ ମଧ୍ୟ କୋଠାରେ ଥିଲା। କିନ୍ତୁ ଠିକ୍‌ସମୟରେ ଏଗୁଡ଼ିକ କାମ କରି ନଥିଲା।  ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ବୁଧବାର ସକାଳ ପ୍ରାୟ ସାଢ଼େ ୬ଟାରେ ଘଟିଛି। ଫିଲାଡେଫ୍ଲିଆର ଉପ ଅଗ୍ନିଶମନ ଆୟୁକ୍ତ କେଗ ମର୍ଫିଙ୍କ କହିବା ଅନୁସାରେ ୮ ଜଣ କୋଠାରୁ ପଳାୟନ କରି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୃତ ୧୩ ଜଣଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି।  ଅଗ୍ନିକାଣ୍ଡ ବଡ଼ ଭୟଙ୍କର ଥିଲା। ମର୍ଫି କହିଛନ୍ତି ଯେ, ମୋର ବୟସ ୩୫ ବର୍ଷ ଏବଂ ଏହାରି ଭିତରେ ଏତେ ବଡ଼ ଅଗ୍ନିକାଣ୍ଡ ହୋଇଥିବା ମୁଁ ଜାଣି ନାହିଁ। ତେବେ ଦମକଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମୃତକଙ୍କ ସଂଖ୍ୟା ବଢ଼ିପାରେ।

Leave A Reply

Your email address will not be published.