ଚାରିଆଡେ ଘନ କୁହୁଡି, ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ,ଜାନୁଆରୀ 6 : ବଢୁଛି ଶୀତ । ରାତି ଅପେକ୍ଷା ଦିନ ର ତାପମାତ୍ରା କମ୍ ରହୁଛି ।  କହିବାକୁ ଗଲେ ସକାଳ ସମୟରେ ଘନ କୁହୁଡ଼ି ଯୋଗୁଁ ବାହାରକୁ ବାହାରିବା ଏକ ବିପଦ ହୋଇପଡ଼ିଛି । ଆସନ୍ତା ୯ ତାରିଖ ଯାଏଁ ଏହିପରି ପାଗ ଜାରୀ ରହିବ ।  ତେବେ ଏହି କାରଣ ପାଇଁ ଆଜି ଓ ଆସନ୍ତା କାଲି ପାଇଁ  କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଭୁବନେଶ୍ୱର ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ସେହିପରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ । ଆସନ୍ତା କାଲି ମଧ୍ୟ ଘନ କୁହୁଡ଼ି ଆଶଙ୍କା ଅଛି । 

Leave A Reply

Your email address will not be published.