ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ । ପୁଅ ଅମ୍ଳାନ ଦାସ ଦେଲେ ବାପାଙ୍କୁ ମୁଖାଗ୍ନି

କଟକ : ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ । ପୁଅ ଅମ୍ଳାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । କଟକ ସତିଚଉରାରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଝିପଝିପ୍ ବର୍ଷା ହେଉଥିବା ସତ୍ତେ୍ୱ ଅନେକ ଲୋକ ଛତା ଧରି ନିଜ ପ୍ରିୟ ଅଭିନେତାଙ୍କୁ ଟିକେ ଦେଖିବାକୁ ଗହଳି କରିଥିବା ଦେଖିବାକୁ ମିଳିଛି । ଶେଷ ବିଦାୟ ନେଇ ବର୍ଷୀଆନ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତିି କରିଯାଇଛନ୍ତି । ମିହିରଙ୍କୁୁ ହରାଇ କେବଳ ଓଡ଼ିଶାବାସୀ ନୁହନ୍ତି ଆଜି ଆକାଶ ବି କାନ୍ଦୁଛି । ହେଲେ ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥିବା ଦେଖାଯାଇଛି । ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭ‌ାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ । ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯ‌ାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର । ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ମିହିର ଦାସ । ଏହାପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ମାସେରୁ ଅଧିକ ସମୟ ହେବ ଆଇସିୟୁରେ ରହିବା ପରେ ଶେଷରେ ସେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାର ଏହି କଳାକାର ଦୀର୍ଘ ଚାରି ଦଶନ୍ଧି ହେବ ନିଜର ଅଭିନୟ ଯାତ୍ରା ଜାରି ରଖିଥିଲେ । ୧୯୮୦ରେ ରିଲିଜ ହୋଇଥିବା ରାମାୟଣ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରି ନିଜର ସିନେ ଯାତ୍ରା ଆରମ୍ଭ କରିଥିଲେ ମିହିର ଦାସ ।

Leave A Reply

Your email address will not be published.