
ମହାରାଷ୍ଟ୍ରରେ ଭୁଶୁଡିଲା ୩୫ ବର୍ଷ ତଳର ପୁରୁଣା ସପ୍ତଶୃଙ୍ଗି ବିଲ୍ଡିଂର ଛାତ । ଏହି ଅଘଟଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଏହି ଅଘଟଣ ସୋମବାର ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରର କଲ୍ୟାଣ ପୂର୍ବର ମଙ୍ଗଳରାଘୋ ନଗର ଅଞ୍ଚଳରେ ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡିଛି ।ଏପର୍ଯ୍ୟନ୍ତ ମୃତକ ଏବଂ ଆହତଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି । ମୃତକ ହେଲେ ପ୍ରମିଳା ସାହୁ(୫୮), ନାମସ୍ବୀ ଶୋଲାର(୧.୫), ସୁନିତା ସାହୁ(୩୭), ସୁଜାତା ପାଢ଼ୀ(୩୨), ସୁଶିଳା ଗୁଜର(୭୮) ଏବଂ ବ୍ୟଙ୍କଟ ଚହ୍ବାନ(୪୨) । ଆହତ ହେଲେ ଅରୁଣା ଗିରଣାରାୟନ(୪୮), ଶରବିଲ ଶୋଲାର(୪), ବିନାୟକ ପାଧୀ(୪୫), ୟଶ କ୍ଷୀରସାଗର(୧୩), ନିଖିଲ ଖରାତ(୨୭) ଏବଂ ଶ୍ରଦ୍ଧା ସାହୁ(୧୪) । ସୂଚନାନୁଯାୟୀ, ସୋମବାର ଦିନ ମଙ୍ଗଳରାଘୋ ନଗର ଅଞ୍ଚଳରେ ଏକ ମର୍ମନ୍ତୁଦ ଅଘଟଣ ଘଟିଥିଲା । ୩୫ ବର୍ଷ ତଳର ପୁରୁଣା ସପ୍ତଶୃଙ୍ଗିର ଦ୍ବିତୀୟ ମହଲା ଛାତ ଭୁଶୁଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ । ତେଣୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାରେ ସଫଳ ହୋଇଥିଲେ । କିନ୍ତୁ ସେମାନେ ଗମ୍ଭୀର ସ୍ଥିତି ରହିଛନ୍ତି । ଏପଟେ ଦୁଘର୍ଟଣା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ଅଗ୍ନଶମ ବାହିନୀ ଟିମ୍, ପୋଲିସ, ଟିଡିଆରଏଫ ଏବଂ ସାମାଜିକ ସଂଗଠନଗୁଡିକ ଏହି କାର୍ଯ୍ୟରେ ସାମିଲ ଥିଲେ । କେଡିଏମସି ଏହି ଘଟଣାର ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଛନ୍ତି ।
