ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୪ରୁ ଅଧିକ ଜିଲ୍ଲାରେ କୁଆପଥର ସହ ପ୍ରବଳବର୍ଷା ସମ୍ଭାବନା

ଭୁବନେଶ୍ୱର, ଜାନୁଆରୀ ୧୩ : ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ରେ ଆସିବା ଯୋଗୁ, ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ, ଆଜି କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୁଆପଥର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳବର୍ଷାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ପୁର୍ବାମନୁମାନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କନ୍ଧମାଳ, ସୋନପୁର, ବୌଦ୍ଧ, ଗଞ୍ଜାମ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଏବଂ କଟକ ଜିଲ୍ଲାରେ ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୁଆପଥର ହେବାର ସମ୍ଭାବନା ରହିଛି। ୧୪ ଜାନୁୟାରୀ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି । ଏହି ପାଣିପାଗ ଘଟଣା ପ୍ରଭାବରେ ମୁଖ୍ୟତ କୃଷିକ୍ଷେତ୍ର ରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୁଚନା ଜାରି କରାଯାଇଛି ।

Leave A Reply

Your email address will not be published.