ଐତିହ୍ୟ ସ୍ଥଳୀରେ ଖରାପ ଭିଡିଓ ପ୍ରସ୍ତୁତି ନେଇ ଗ୍ରୀସ୍‌ରେ ଉତ୍ତେଜନା

ଏଥେନ୍ସ, ଜାନୁଆରୀ ୧୩ : ୟୁରୋପିୟ ଦେଶ ଗ୍ରୀସ୍‌ରେ ଏକ ଭିଡିଓକୁ ନେଇ ଏବେ ଉତ୍ତେଜନା ଦେଖାଯାଇଛି। ଗେ-ସେକ୍ସ ସଂପର୍କିତ ଏହି ଭିଡିଓ ଗ୍ରୀସର ପ୍ରମୁଖ ଐତିହାସିକ ସ୍ଥଳୀରେ ସୁଟିଂ କରାଯାଇଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଭିଡିଓକୁ ୟୁନୋସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ସାମିଲ ଏଥେନ୍ସର ଏକ୍ରୋପୋଲିସରେ ପ୍ରସ୍ତୁତ କରାଯାଇଛି। ଏବେ ଏହି ଭିଡିଓର ପ୍ରସ୍ତୁତକର୍ତ୍ତାଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନର ଦାବି ହୋଇଛି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ସରକାର ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ଗ୍ରୀସ୍‌ର ସଂସ୍କୃତି ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ଘଟଣାର ତଦନ୍ତ ଆଦେଶ ଦିଆଯାଇଛି ଏବଂ ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତି ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। ସେ କହିଛନ୍ତି ଯେ, ଭିଡିଓରେ ଖରାପ ଦୃଶ୍ୟ ଦେଖାଯାଇଛି, ଯାହାକି ଗ୍ରହଣୀୟ ନୁହେଁ। ଭିଡିସ ସହିତ ସଂପର୍କିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଏକ ବିଶ୍ବପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ହୋଇଥିବାରୁ ସମସ୍ତେ ଏହି ସ୍ଥାନକୁ ସମ୍ମାନ କରିଥାନ୍ତି। 

Leave A Reply

Your email address will not be published.