ଗଞ୍ଜାମ, ଜାନୁଆରୀ ୧୩ : ପର୍ବ ସମୟରେ ବଡ଼ ସମାବେଶକୁ ଏଡାଇବା ପାଇଁ ଗଞ୍ଜାମର ସମସ୍ତ ସମୁଦ୍ର ବେଳାଭୂମି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଉତ୍ସବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି । ପୋଲଙ୍ଗଲ ଉତ୍ସବ ତେଲୁଗୁ ସମାଜର ଏକ ପ୍ରମୁଖ ପର୍ବ । ଏହି ସମୟରେ ଗୋପାଳପୁର, ସୋନାପୁର ଇତ୍ୟାଦି ଏବଂ ଅନ୍ୟାନ୍ୟ ପ୍ରମୁଖ ଜଳାଶୟଗୁଡିକ ୧୭ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।