କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କ୍ୟାମ୍ପସରେ କରୋନା

କୋରାପୁଟ, ଜାନୁଆରୀ ୧୩ : ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କ୍ୟାମ୍ପସରେ ସଂକ୍ରମିତ ଚିହ୍ନଟକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଆଜିଠୁ ଶନିବାର ଏବଂ ରବିବାର ସମେତ ସାତ ଦିନ ପାଇଁ ଅଫିସ୍, ଲାଇବ୍ରେରୀ ଏବଂ ଲାବୋରେଟୋରୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏହି ସମୟରେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଜ ନିଜ ଘରୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ଅନଲାଇନ୍ କ୍ଲାସ୍ ଜାରି ରହିବ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ଏସ୍ କେ ପାଲିତା ସମସ୍ତ କର୍ମଚାରୀ ଏବଂ ଅଧ୍ୟାପିକାଙ୍କୁ କରୋନା ଗାଇଡ୍‌ଲାଇନ୍‌କୁ କଡାକଡି ଭାବରେ ପାଳନ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.