ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟ୍‌ଡାଉନ୍‌

କଟକ, ଜାନୁଆରୀ ୧୩ : କରୋନା ସଂକ୍ରମଣରେ ବୃଦ୍ଧି ପାଇବା ପରେ ଓଡ଼ିଶା ହାଇକୋର୍ଟ ଏହାର କାର୍ଯ୍ୟାଳୟକୁ ପାଞ୍ଚ ଦିନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ କ୍ଷିପ୍ର ଗତିରେ ବଢିବା ସହିତ ହାଇକୋର୍ଟରେ ମଧ୍ୟ ଅନେକ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ଜାନୁଆରୀ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ସଟ୍‌ଡାଉନ୍ କରାଯାଇଛି । ବନ୍ଦ ସମୟରେ ଅତ୍ୟଧିକ ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେଲେ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଜାନୁଆରୀ ୧୮ ରୁ ଫେବୃଆରୀ ୪ ମଧ୍ୟରେ, ଦୁଇଟି ଦୁଇଜଣୀଆ ବେଞ୍ଚ ଏବଂ ସାତୋଟି ସିଙ୍ଗଲ୍ ବେଞ୍ଚ ସହିତ କାର୍ଯ୍ୟ କରିବ ଏବଂ କେବଳ ଜରୁରୀକାଳୀନ ମାମଲା ଗ୍ରହଣ କରିବ। କରୋନା ସ୍ଥିତିକୁ ନେଇ ହାଇକୋର୍ଟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି । କରୋନା ବିସ୍ତାରକୁ ନିୟନ୍ତ୍ରଣକୁ ଆଣିବା ଲାଗି ସହଯୋଗ କରିବା ସହିତ ଏସ୍‌ଓପି ପାଳନ କରିବାକୁ ଅନୁରୋଧ କରାଯାଇଛି । ପୁର୍ବରୁ ମଧ୍ୟ ସଂକ୍ରମଣ ବଢିବା ଯୋଗୁଁ ହାଇକୋର୍ଟ ଏହିପରି ବନ୍ଦ ରହିଥିଲା ।

Leave A Reply

Your email address will not be published.