ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର, ଜାନୁଆରୀ ୧୭ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ବିନା ଦଳୀୟ ଚିହ୍ନଟରେ ଲଢାଯାଉଥବା ସରପଞ୍ଚ, ସମିତ ସଭ୍ୟ ପାଇଁ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହେବ । ମାତ୍ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଅନେକ ଆସନରେ ଏଯାଏଁ ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି ଦଳ । ତେବେ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଢିଙ୍କିଆକୁ ବାଦ ଦେଲେ ରାଜ୍ୟର ଅନ୍ୟ ୬୭୯୫ ପଞ୍ଚାୟତ ସମିତି ୮୩୫ ଜିଲ୍ଲା ପରିଷଦ ଜୋନ, ୬୭୯୪ ସମିତି ସଦସ୍ୟ ଓ ୯୧,୯୧୩ ୱାର୍ଡ ମେମ୍ବର ପଦବୀ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ସେହିପରି ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ୨୮ରେ ଗଣତି ହେବ ଭୋଟ । କରୋନା ସ୍ଥିତି ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ତରଫରୁ ଏଥର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

Leave A Reply

Your email address will not be published.