ଦେଶରେ ଗତକାଲି ତୁଳନାରେ ଆସିଲା ୧୩ ହଜାର ୧୧୩ କମ୍ ମାମଲା

 ଦେଶରେ ଆଜି ମଧ୍ୟ ଅଢ଼େଇ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨ ଲକ୍ଷ ୫୮ ହଜାର ୮୯ ନୂଆ ମାମଲା ଚିହ୍ନଟ ହୋଇଛି । ୩୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଅପେକ୍ଷା ୧୩ ହଜାର ୧୧୩ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୧ ହଜାର ୭୪୦ ଜଣ । ଏବେ ଦେଶରେ ଆକ୍ଟିଭ ମାମଲା ରହିଛି ୧୬ ଲକ୍ଷ ୫୬ ହଜାର ୩୪୧ ଜଣ । ଦୈନିକ ସଂକ୍ରମିତଙ୍କ ହାର ରହିଛି ୧୧୯ ଦଶମିକ ୬୫ ପ୍ରତିଶତ । ଦେଶରେ ୮ ହଜାର ୨୦୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରେ ଆଜି ବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧୦ ହଜାର ୪୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୮୨ଜଣ । ସଂଗରୋଧରୁ ୬ ହଜାର ୮୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪ ହଜାର ୪୦୭ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧ ହଜାର ୪୪୭ଜଣ, କଟକରୁ ୭୮୬, ସମ୍ବଲପୁରରୁ ୩୮୭, ମୟୂରଭଂଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗୀର ୨୩୮ରୁ , ଝାରସୁଗୁଡ଼ାରୁ ୨୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୪ ହଜାର ୪୫୨ଜଣ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୪୪ ହଜାର ୪୦୧ଜଣ । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୬୦ ହଜାର ୬୭ ଜଣ । ଏବେ ରାଜ୍ୟରେ ଆକ୍ଟିଭ କେସ ରହିଛି ୭୫ ହଜାର ୭୯୭ଜଣ । ନମୁନା ପରୀକ୍ଷା ହୋଇଛି ୭୦ ହଜାର ୧୧୭ ଜଣ । କେବଳ ଜାନୁଆରୀ ମାସର ୧୭ ଦିନର ଚିହ୍ନଟ ହେଲେଣି ୮୮ ହଜାର ୫୮୬ ସଂକ୍ରମିତ । ୮୦ ହଜାର ମୁହାଁ ରହିଛି ରାଜ୍ୟରେ ଆକ୍ଟିଭ କେସ୍ । ଗତକାଲି ତୁଳନାରେ ୬୮୮ ମାମଲା କମ୍ ରହିଛି ।

Leave A Reply

Your email address will not be published.