ଆଜି ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍

ଆଜି ଓଡିଶା ପହଞ୍ଚିବ ଓମିସିୟୋର କିଟ୍ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ । ରାଜ୍ୟରେ ଜିନୋମ ସିକ୍ୟୁଏନ୍ସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ । ଓମିସିୟୋର ହେଉଛି ଭାରତରେ ତିଆରି ହୋଇଥିବା ପ୍ରଥମ ଟେଷ୍ଟିଂ କିଟ୍ । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି । ଓଡିଶା ପ୍ରଥମ ରାଜ୍ୟଭାବେ ୫ ଲକ୍ଷ କିଟ୍ ଆଣିବା ପାଇଁ ଅର୍ଡର ଦେଇଛି । ତୃତୀୟ ଲହରରେ ଡେଲଟା ଭୂତାଣୁୁକୁ ଓମିକ୍ରନ ପଛରେ ପକାଇଥିବା ନେଇ ବିଶେଷଜ୍ଞ ମାନେ କହୁଥିବା ବେଳେ ଓମିସିୟୋର ଟେଷ୍ଟ କିଟ୍ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି । ଆଇଏଲଏସ ପକ୍ଷରୁ କୁହାଯାଇଛି ଯେତିକି ସଂଖ୍ୟାରେ ନମୁନାର ଜିନୋମ ସିକ୍ୟୁଏନ୍ସିଂ ହେଉଛି ସେଥିମଧ୍ୟରୁ ବହୁ ସଂଖ୍ୟାର ଓମିକ୍ରନ ପ୍ରଜାତି ଚିହ୍ନଟ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ଓଡିଶାରେ ମାତ୍ର ୨୦୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ରାଜ୍ୟରେ ଜିନୋମ ସିକ୍ୟୁଏନ୍ସିଂର ପରିମାଣ ବହୁତ କମ୍ ରହିଛି । ତେଣୁ ଓମିସିୟୋର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.