ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଜିଲ୍ଲାକୁ ଗଲା ବାଲଟ୍ ପେପର୍‌

ଭୁବନେଶ୍ୱର ,ଜାନୁଆରୀ 18 : ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଜିଲ୍ଲାକୁ ଗଲା ବାଲାଟ୍ ପେପର୍ । ୱାର୍ଡ଼ ମେମ୍ବର,ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ବାଲାଟ୍ ପେପର ପଠାଯାଇଛି । ଗତକାଲି ୧୦ ଟି ଜିଲ୍ଲାକୁ ବାଲାଟ୍ ପେପର ପଠାଯାଇଥିଲା । ତେବେ ୧୯ ଓ ୨୧ରେ ବାକି ଥିବା ୨୦ ଜିଲ୍ଲାକୁ ପଠାଯିବ ବାଲାଟ୍ ପେପର ।  ଅକ୍ଷର ଅନୁସାରେ ବାଲଟ ପେପରଗୁଡ଼ିକ ଜିଲ୍ଲାକୁ ପଠାଯାଇଛି । କଟକର ସରକାରୀ ପ୍ରେସରୁ ପଠାଯାଇଛି ବାଲଟ ପେପର୍ । ତେବେ ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦେବାର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ପର୍ଯ୍ୟାୟରେ ୮୭୨୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ପଦବୀ ପାଇଁ ୨୨ ଜଣ , ପଞ୍ଚାୟତ ସମିତି ସଭ୍ୟ ପାଇଁ ୫୧୨ ଜଣ,ସରପଞ୍ଚ ପଦବୀ ପାଇଁ ୧ ହଜାର ୧୨୨ ପ୍ରାର୍ଥୀ ଦାଖଲ କରିଛନ୍ତି ।ସେହିପରି ୱାର୍ଡ଼ ସଭ୍ୟ ପାଇଁ ୭,୧୧୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୁଚନା ଦିଆଯାଇଛି । 

Leave A Reply

Your email address will not be published.