ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିଜେପି କର୍ମକର୍ତ୍ତାଙ୍କୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ, ଜାନୁଆରୀ ୧୮ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ସମସ୍ତ ରାଜନୈତିକ ଦଳ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି। କାରଣ ନିର୍ବାଚନ ଆୟୋଗ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ରୋଡ ଶୋ’ ଓ ରାଲି କରିବାକୁ ମନା କରିଦେଇଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀର ବିଜେପି କର୍ମକର୍ତ୍ତାଙ୍କୁ ଡିଜିଟାଲ ମାଧ୍ୟମରେ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ତରଫରୁ ଉତ୍ତର ପ୍ରଦେଶ ସମତେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କର୍ମକର୍ତ୍ତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ। 

Leave A Reply

Your email address will not be published.