କନ୍ଧମାଳରେ ଦ୍ଵିତୀୟ ଦିନରେ ୩୦୪ ପ୍ରାର୍ଥୀପତ୍ର ଦାଖଲ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଦ୍ଵିତୀୟ ଦିନରେ ୩୦୪ଜଣ ପାର୍ଥିପତ୍ର ଦାଖଲ କରିଛନ୍ତି ଲ ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ ୨୧୦ଜଣ ପାର୍ଥିପତ୍ର ଦାଖଲ କରିଥିବାବେଳେ ସରପଞ୍ଚ ୫୬ଜଣ, ସମିତିସଭ୍ୟ ଭାବେ ୩୮ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ର ଦାଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି ଭାବେ ଆଜି ମଧ୍ୟକେହି ଜଣେ ହେଲେ ପାର୍ଥି ପତ୍ର ଦାଖଲ କରିନଥିବା କଥା ଜ଼ିଲ୍ଲା ପଂଚାୟତ ଅଧିକାରୀ ଆଚାର୍ଯ୍ୟ କହିଛନ୍ତି l ତେବେପାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକ ଙ୍କ ସହ ଆସି ପାର୍ଥି ପତ୍ର ଦାଖଲ କରିଥିଲେ l

Leave A Reply

Your email address will not be published.