ବୁଲୁଛନ୍ତି ଠକ ଜମି ଡ଼ିଲର,ରାଜଧାନୀରେ ପ୍ଲଟ ଦେବାକୁ କହି ୨ କୋଟି ୧୨ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର ,ଜାନୁଆରୀ 18 : ସାବଧାନ୍ ! ରାଜ୍ୟରେ ଏବେ ବୁଲୁଛନ୍ତି ମିଛୁଆ ଜମି ଡ଼ିଲର । କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ପରେ ଏବେ ଜାଲରେ ପଡ଼ିଛନ୍ତି ଜଣେ କୁଖ୍ୟାତ ଡ଼ିଲର । ତାଙ୍କ ନାଁ ହେଉଛି ପଦାରବିନ୍ଦ ମହାପାତ୍ର । ବହୁ ଦିନ ଲୁଚିବା ପରେ ଶେଷରେ ଭୁବନେଶ୍ୱର ରେଳ ଷ୍ଟେସନରୁ ପଦାରବିନ୍ଦ କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ସୁଚନା ଅନୁସାରେ ଗତ ବର୍ଷେ ତଳେ ଇଡକୋର ଏକ ଜମି ଦେବାକୁ କହି ପି.ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଲୁଟିଥିଲେ ୨ କୋଟି ୧୨ ଲକ୍ଷ ଟଙ୍କା । ଇଡକୋ ପକ୍ଷରୁ ବିଜ୍ଞାପନ ଦିଆଯାଇଥିବା ଏକ ଜମିକୁ କିଣିବା ପାଇଁ ମଧ୍ୟସ୍ଥି ସାଜିଥିଲେ ପଦାରବିନ୍ଦ । ଏପରକି ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ କରିଦେଇଥିଲେ କେବଳ ଏତିକି ନୁହେଁ ରାଜ୍ୟ ବାହାରକୁ ଚାଲିଯାଇ ସେଠାର ମଧ୍ୟ ଏହି କାମ ଆରମ୍ଭ କରିଦେଇଥିଲେ ହେଲେ ସବୁଦିନ ଚୋର ଘର ଅନ୍ଧାର ରହିଲା ନାହିଁ ଶେଷରେ ଧରାପଡ଼ି ଗିରଫ ହେଲା ଠକ ଡ଼ିଲର୍ । 

Leave A Reply

Your email address will not be published.