ଓମିସିୟର କିଟ୍‌ର ଚାଲିଛି ଡ୍ରାଏରନ୍‌

ଭୁବନେଶ୍ୱର, ଜାନୁଆରୀ ୧ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ବେଳେ ଆଜି ୫୦ ହଜାର ଓମିସିଓର କିଟ୍ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୫୦ ହଜାର ଓମିସିଓର କିଟ୍‌କୁ ଆରଏମଆରସିକୁ ଦିଆଯାଇଛି ।  ସେହିପରି ଓମିସିଓର କିଟ୍ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଓମିସିଓର କିଟ ପହଞ୍ଚିବା ପରେ ଡ୍ରାଏ ରନ ଚାଲିଛି । ଠିକ ଅଛି କି ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର କରାଯିବ । ଓଡିଶାର ୪ ଜିଲ୍ଲା ଯେଉଁଠାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ପଠାଯିବ । ଏବେ ଏହାକୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲାରେ ପ୍ରାଥମିକ ପର୍ଯ୍ୟାୟରେ ବାବହାର କରାଯିବ । ତେବେ ଏହି କିଟ୍ ସହଜରେ ଭ୍ୟାରିଆଣ୍ଟ ଚିହ୍ନଟ କରିବ । ଏହି କିଟ୍‌ର ବ୍ୟବହାର ଫଳରେ ଆଉ ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡିବନି । କିଛି ଦିନ ତଳେ ଓମିକ୍ରନ ସହ ଲଢେଇ କରିବା ପାଇଁ ଟାଟା ପ୍ରସ୍ତୁତ କରୁଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ଆଇସିଏମଆର ମ୍ରୁରୀ ପ୍ରଦାନ କରିଥିଲେ । 

Leave A Reply

Your email address will not be published.