ରାଜ୍ୟରେ ଲକଡାଉନ କି ସଟଡାଉନ କରିବା ଭଳି ସ୍ଥିତି ଆସିନାହିଁ

ଭୁବନେଶ୍ୱର, ଜାନୁଆରୀ ୧୯ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଏବେ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାରା ଅଧିକ ରହୁଥିବା ବେଳେ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ ।  ମାତ୍ର ଏହାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ମାତ୍ର ଲୋକଙ୍କୁ ବାରମ୍ବାର ନିବେଦନ କରୁଛି କି ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ । ଲକଡାଉନ କି ସଟଡାଉନ କରିବା ଭଳି ସ୍ଥିତି ରାଜ୍ୟରେ ଏବେ ଆସିନାହିଁ ।   ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଗଣ୍ଟାରେ ରାଜ୍ୟରେ ୧୧ ହଜାର ୬୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବା ବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଅଞ୍ଚଳର ୪୮୭୯ ଜଣ ଟିହ୍ନଟ ହୋଇଛନ୍ତି । ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭, ସୁନ୍ଦରଗଡରୁ ୧୨୧୯ ଓ କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.